June 27, 2025

Utkal Sambad

ଡାକ୍ତରଙ୍କର ପରାମର୍ଶ ନେଇ ଡ୍ରାଏଫ୍ରୁଟ୍ସ ଖାଆନ୍ତୁ 

ସୁସ୍ଥ ରହିବାକୁ ହେଲେ ଆମକୁ ଆମ ଡାଏଟ ପ୍ଲାନରେ ଡ୍ରାଏଫ୍ରୁଟ୍ସକୁ ସାମିଲ କରିବା ନିହାତି ଜରୁରୀ । ବିଶେଷକରି ଡ୍ରାଏ ଫ୍ରୁଟ୍ସରୁ ଆମେ ଦିନ ଆରମ୍ଭ କଲେ ଆମକୁ ଦିନସାରା ଫୁର୍ତି ଲାଗିଥାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ଡ୍ରାଏ ଫ୍ରୁଟ୍ସରେ ପ୍ରଚୁର ପରିମାଣରେ ପ୍ରୋଟିନ ଭରି ହୋଇ ରହିଥାଏ । ଯାହା ଆମ ଶରୀରରୁ ଥକ୍କା ଏବଂ ଦୁର୍ବଳତାରୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । କିଛି ଡ୍ରାଏ ଫ୍ରୁଟ୍ସ ଅଛି ଯାହା ଆମ ହାଡ ଗୋଡକୁ ସୁଦୃଢ କରିଥାଏ । କିଛି ଲୋକ ଅଛନ୍ତି ଡ୍ରାଏ ଫ୍ରୁଟ୍ସ ଖାଇବାର ସଠିକ୍ ସମୟ ଜାଣି ନାହାଁନ୍ତି ।  ତେବେ କିଛି ଲୋକଙ୍କର ଅର୍ଲଜୀ ଅଛି ସେମାନେ ଡାକ୍ତରଙ୍କର ପରାମର୍ଶ ନେଇ ଖାଇବା ଉଚିତ୍ । ତେବେ ଯେଉଁମାନଙ୍କର ମଧୁମେହ ଅଛି ସେମାନେ ଏହାଠାରୁ ଦୁରରେ ରହିବା ଆବଶ୍ୟକ । ଆମେ ଆମ ନିଜକୁ ଫିଟ୍ ଏବଂ ସ୍ମାଟ ରଖିବା ପାଇଁ ସବୁବେଳେ ଚେଷ୍ଟା କରୁଛେ । କାରଣ ଫିଟ ରହିବା କାହାର ଇଚ୍ଛା ନୁହେଁ । ଆମେ ଫିଟ୍ ରହିଲେ ଠିକରେ କାମ କରିପାରିବା । ତେଣୁଗରମ ଦିନେ ଖଜୁରୀ ଖାଇବା ଉଚିତ୍ ନୁହଁ । କରଣ ଖଜୁରୀ ସହଜରେ ହଜମ ହୋଇ ନଥାଏ ତେବେ ଡାକ୍ତରଙ୍କ ପରାମର୍ଶରେ ଖଜୁରୀକୁ କେବଳ ଯାହାର ସୁସ୍ଥ ଚର୍ବି ସେମାନେ ହିଁ ଖାଇବା ଉଚିତ୍ । କିଛି ଲୋକ ଅଞ୍ଜିର ଖାଲିରେ ଖାଇଥାନ୍ତି । ଅ଼ଞ୍ଜିରକୁ ଖାଲିରେ ଖାଇବା ପରିର୍ବତ୍ତେ ଆପଣ ଯଦି ତାହାକୁ ପାଣି କୁମ୍ବା କ୍ଷୀରରେ ଭିଜାଇ ଖାଇବେ ଏହା ଆମ ହଜମ ଶକ୍ତିକୁ ବଢାଇଥାଏ । ଡ୍ରାଏ ଫ୍ରୁଟ୍ସ ଯଦି ଆମେ ଅଧିକ ପରିମାଣରେ ଖାଉଛେ ତାହା ମଧ୍ୟ ଅତ୍ୟନ୍ତ କ୍ଷତିକାରକ । ଯଦି ଆପଣ ଡ୍ରାଏଫ୍ରୁଟ୍ସ ଖାଇବାର ଠିକ ଉପାୟ ଜାଣି ନାହାଁନ୍ତି ତେବେ ଆପଣଙ୍କୁ ଖାଇବାରେ ଲାଭ ବଦଳରେ କ୍ଷତି ହେବ । ତେବେ ଅସନ୍ତୁ ଜାଣିବା ଡ୍ରାଏଫ୍ରୁଟସ କୁ ସଠିକ୍ ଉପାୟରେ ନ ଖାଇଲେ କଣ ଅସୁବିଧା ହୋଇଥାଏ । କିସମିସ୍ ରେ ଏକପ୍ରକାର ନ୍ୟାଚୁରାଲ ସୁଗାର ରହିଛି । ଯାହାକୁ ଖାଇବା ଦ୍ବାରା ଶରୀରର ସର୍କରା ସ୍ତର ବଢିପାରେ ।