March 16, 2026

Utkal Sambad

ଜେପିଏଫ୍‌ଏଲ୍‌ର ତ୍ରୈମାସିକ ମଧ୍ୟରେ କମ୍ପାନୀର ରାଜସ୍ବ ୪୧% ବୃଦ୍ଧି

ନୂଆଦିଲ୍ଲୀ: ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍‌ (ଜେପିଏଫ୍‌ଏଲ୍‌)ର ନିିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ କାରବାର ଓ କାର୍ଯ୍ୟକଳାପ ସହ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ମଧ୍ୟରେ କମ୍ପାନୀର ରାଜସ୍ବ ୪୧% ବୃଦ୍ଧି ପାଇଛି। ଏପରିକି କମ୍ପାନୀର ଇବିଆଇଟିଡିଏ ମାର୍ଜିନରେ ମଧ୍ୟ ଉନ୍ନତି ହୋଇଛି। ଭାରତରେ ଏହାର ପ୍ୟାକେଜିଂ ବ୍ୟବସାୟର ରାଜସ୍ବ ବଢ଼ିଛି। ଏହି ସମୟରେ ଭାରତୀୟ ପ୍ୟାକେଜିଂ ବ୍ୟବସାୟ ୯୨୩ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। କମ୍ପାନୀର ଇବିଆଇଟିଡିଏରେ ୧୪୨ ପ୍ରତିଶତ ବୃଦ୍ଧି ହୋଇଛି।