March 14, 2026

Utkal Sambad

ଜଗନ୍ନାଥଙ୍କ ନବଯୌବନ ଦର୍ଶନ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର ମାନଙ୍କରେ ନବଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ,ସୂଚନା ଅନୁସାରେ ଜଗନ୍ନାଥ ସଂସ୍କୃତି ଓ ତାଳ ପୋଥି ଅନୁସାରେ ଶ୍ରୀ ପ୍ରଭୁଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପ୍ରଭୁ ତିନି ଠାକୁର ସ୍ଲାନ କଲା ପରେ ଜ୍ଵର ହେଲା ଫଳରେ ଅଣସର ଘରେ ରହିଥିଲେ, ଯେହେତୁ ଆସନ୍ତା କାଲି ମହା ପ୍ରଭୁ ଙ୍କ ଘୋଷ ଯାତ୍ରା ହେବ, ତେଣୁ ଆଜି ସକାଳୁ ସକାଳୁ ମଙ୍ଗଳ ଆଳତିପରେ ମଇଲମ ସହିତ ଅବକାଶ ନିତି ଅନୁଷ୍ଠିତ ହୋଇ ଥିଲା,ଅଣସର ଘରେ ପୂଜା ପରେ ଅଣସର ଘର ତାଟି ଫିଟିଥିଲା, ପରେ ମହାପ୍ରଭୁ ନବଯୌବନବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ, ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଭକ୍ତ ଙ୍କ ଭିଡ଼ ଲାଗି ଥିଲା, ଗଣିଆ ବ୍ଲକ ର ଗଣିଆ ଜଗନ୍ନାଥ ମନ୍ଦିର, ଜଗନ୍ନାଥ ପ୍ରସାଦ ଜଗନ୍ନାଥ ମନ୍ଦିର, ବେଲପଡା ପାଟଣା ଜଗନ୍ନାଥ ମନ୍ଦିର, ବେଠିଆ ସାହି ଜଗନ୍ନାଥ ମନ୍ଦିର, ମାନଙ୍କ ରେ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ଦିନ ସାରା ଭଂଜନ, କୀର୍ତ୍ତନ ସାଙ୍ଗକୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା, ପ୍ରବଳ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା,