ଭୁବନେଶ୍ବର: ଗୌମାତାଙ୍କ ସଂରକ୍ଷଣ, ସମ୍ବର୍ଦ୍ଧନା, ପ୍ରଚାର, ପ୍ରସାର, ବିକାଶ ହେତୁ ଆଜି ଭୁବନେଶ୍ଵର ଲୋୱର ପିଏମଜୀ ମାଷ୍ଟର କ୍ୟାଣ୍ଟିନ ଛକରେ ବିଶାଳ ଜନ ସମାବେଶର ଆୟୋଜନ ହୋଇଥିଲା। ବିଭିନ୍ନ ଗୋସେବା ସଂସ୍ଥା, ସଂଗଠନ ଓ ବ୍ୟକ୍ତି ଏହି ସମାବେଶରେ ମିଳିତ ହୋଇ ଗୋ ହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ୍ 2024 ପାରିତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି।
ଏହି ସମାବେଶରେ ଡ. ସୁନୀତି ମୁଣ୍ଡ ଯୋଗଦାନ ଦେଇ “ଗୋମାତା ଆମ ଜୀବନଧାରାର ଅଂଶ ତଥା ଆମ କୃଷି ତଥା ଜୀବନ ଗୋମାତା ସହିତ ଓତଃପ୍ରୋତ ଜଡ଼ିତ ଥିବାରୁ ଗୋମାତାଙ୍କୁ ରାଷ୍ଟ୍ରୀୟ ମାତାର ସ୍ଥାନ ଦେବା ସହିତ ଗୋଖାଦ୍ୟର ମୂଲ୍ୟ ହ୍ରାସ କଲେ ଗୋମାତାର ଲାଳନ ପାଳନ ପାଇଁ ଲୋକ ଅଧିକ ଆଗ୍ରହ ହେବା ସହିତ ଗୋମାତାଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ହେବ ବୋଲି କହିଥିଲେ। ଏହା ସହିତ ଗୋମାତାଙ୍କୁ ସୁରକ୍ଷା ଦେବାକୁ ଜନସାଧାରଣଙ୍କୁ ଆହ୍ଵାନ ଦେବା ସହିତ ସରକାର ଏଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି।”
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ