June 27, 2025

Utkal Sambad

ଗଣିଆ ବ୍ଲକରେ ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବିଭିନ୍ନ ମନ୍ଦିର ମାନଙ୍କରେ ହନୁମାନ ଜୟନ୍ତୀ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ ର ରାମ ମନ୍ଦିର, ଛମୁଣ୍ଡିଆ, ରାସଙ୍ଗ, ବେଲପଡା ପାଟଣା, ବିଜୟ ନଗର, କିଶୋର ପ୍ରସାଦ, ଜଗନ୍ନାଥ ପ୍ରସାଦ, ଆଡ଼କଟା ର ବିଭିନ୍ନ ରାମ ମନ୍ଦିର ଗୁଡିକ ରେ ହନୁମାନ ଜୟନ୍ତୀ ଧୂମୁଧାମରେ ପାଳନ କରାଯାଉଛି, ମନ୍ଦିର ଗୁଡିକ ରେ ସକାଳୁ ସକାଳୁ ଭକ୍ତ ମାନଙ୍କ ଭିଡ ଲାଗିଥିଲା, ପ୍ରତେକ ମନ୍ଦିର ରେ ହନୁମାନ ଜୟନ୍ତୀ ପାଳନ କରିବା ସହିତ ପଣା ବ୍ୟବସ୍ଥା କରାଯାଇଥିଲା,