ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଥାନା ପରିସରରେ ବୁଧବାର ଦିନ ଅପରାହ୍ନ ରେ ନୂତନ ଆଇନ ସମ୍ପକରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବୋଲି ଜଣାପଡିଛି, ଏହି ସଚେତନତା କାର୍ଯ୍ୟକ୍ରମ ରେ ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନ ଙ୍କ ଅଧକ୍ଷତା ରେ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଗିରିଶ ଚନ୍ଦ୍ର ମିଶ୍ର, ଗଣିଆ ସରପଞ୍ଚ ଗିରିଧାରୀ ସେଠି, ରାସଙ୍ଗ ସରପଞ୍ଚ ମାନସ କୁମାର ମହାକୁଡ଼, ପ୍ରମୁଖ ମଞ୍ଚାସିନ ଥିବା ବେଳେ ବିଭିନ୍ନ ଗାଁ ରୁ ଆସିଥିବା ବୁଦ୍ଧିଜୀବୀ, ବଜ଼ାର କମିଟି ସଭାପତି ଓ ଲୋକ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ଗଣିଆ ଥାନା ଅଧିକାରୀ ଙ୍କ ଦ୍ଵାରା ନୂତନ ଭାବେ ପ୍ରଣୟନ କରାଯାଇଥିବା ଆଇନ ସମ୍ପକରେ ସୂଚନା ପ୍ରଦାନ କରିଥିଲେ, ଆଇନ ସମ୍ପର୍କ ରେ ପ୍ରତେକ ଜନସାଧାରଣ ଜାଣିବା ଆବଶକ୍ୟ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଗାଁ ଗାଁ ରେ କରି ସଚେତନତା କରିବାକୁ ଅତିଥି ମାନେ ମତ ଦେଇଥିଲେ, ଏହି ଆଇନ ଗୁଡିକ ସମ୍ପର୍କ ରେ ଆଇନଜୀବୀ ତଥା ରାସଙ୍ଗ ସରପଞ୍ଚ ଶ୍ରୀ ମହାଖୁଡ଼ ବିଷଦଭାବେ ଆଲୋଚନା କରିଥିଲେ, ଗଣିଆ ଥାନାରେ ଆବଶକୀୟ ପଦବୀ ଖାଲି ପଡିଥିବାରୁ ନୂତନ କର୍ମଚାରୀ ଯୋଗାଇ ଦେବାକୁ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫରୁ ଥାନା ଙ୍କ ଦୃଷ୍ଟି ଆକ୍ରଷଣ କରିଥିଲେ, ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡ ସେନ ସମସ୍ତିକୁ ଧନ୍ୟବାଦ ଜଣାଇ ଥିଲେ,
More Stories
ଗଣିଆ ବ୍ଲକ ବିଭିନ୍ନ ସ୍ଥାନ ରେ ରଥଯାତ୍ରା ପାଳିତ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ