ଗଣିଆ -(ମନୋରଞ୍ଜନ ମଳିକ )-ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଗଣିଆ ବିଜେପି ମଣ୍ଡଳ ତରଫରୁ କନ୍ଧମାଳ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କରଙ୍କ ନେତୃତ୍ୱରେ ଗଣିଆ ସରପଞ୍ଚ ଗିରିଧାରୀ ସେଠି, ଦୁଖୀ ଗଡ଼ନାୟକ, ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ମିଶ୍ର ଶୁଭ୍ରଜିତ ପଣ୍ଡା, ମନୋରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ନାଥ , ବିକ୍ରମ କେଶରୀ ମହାପାତ୍ର, ଇନ୍ଦିପଟା ଗ୍ରାମ୍ୟକମିଟିର ସଭାପତି ଅଖିଳବିହାରୀ ପାଣିଗ୍ରାହୀ, ମଧ୍ୟଖଣ୍ଡ ମଣ୍ଡଳ ସଂପାଦକ ପ୍ରିୟବ୍ରତ ଷଡ଼ଙ୍ଗୀ ଓ ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ‘ଉତ୍ତମ ଶାସନ ଦିବସ’ ଭାବେ ପାଳିତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ଆଜିସକାଳେ ଗଣିଆ ରାମ ମନ୍ଦିର ପରିସରରେ ପୂଜାର୍ଚନା କରିବା ପରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ବେଡ଼ ରେ ଆଡମିଶନ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଛନ୍ତି ! ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ କର କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳବିହାରୀ ବାଜପେୟୀ ଜୀଙ୍କୁ ଶତ କୋଟି ପ୍ରଣାମ ଜଣାଇଛନ୍ତି । ନିଜର ଦୂର ଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସେ ଦେଶକୁ ବିକାଶର ଅଭୂତ ପୂର୍ବ ଶିଖରକୁ ନେଇଯାଇ ଥିଲେ । ସଶକ୍ତ ଏବଂ ସମୃଦ୍ଧ ଭାରତ ନିର୍ମାଣ ନିମନ୍ତେ ତାଙ୍କର ଉଦ୍ୟମ ଚିରକାଳ ସ୍ମରଣୀୟ ହୋଇ ରହିବ । ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି, ‘ଭାରତ ରତ୍ନଙ୍କ ଜନ୍ମ ବାର୍ଷିକୀରେ ଆଦର୍ଶ ଏବଂ ନୀତି ତଥା ଏକ ଦେଶ ଉତ୍ସର୍ଗୀକୃତ ଜୀବନ ସହ ଭାରତର ବିକାଶ, ଗରିବ କଲ୍ୟାଣ ଏବଂ ଉତ୍ତମ ଶାସନ ଯୁଗ ଆରମ୍ଭ କରିଥିବା ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଣାମ । ଅଟଳ ଜୀଙ୍କର କର୍ତ୍ତବ୍ୟ ଏବଂ ଜାତୀୟ ସେବା ସର୍ବଦା ଆମ ପାଇଁ ପ୍ରେରଣା କେନ୍ଦ୍ର ହେବ ବୋଲି ଚନ୍ଦ୍ରଶେଖର ଦାସ କହିଛନ୍ତି । ବାଜପେୟୀଙ୍କ ଉଲ୍ଲେଖନୀୟ ଭାଷଣ ସମେତ ତାଙ୍କ ଜୀବନ ଏବଂ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜୁଲତା ପଣ୍ଡା, ଶସ୍ମିତା ମିଶ୍ର, ଲୋକନାଥ ମହାପାତ୍ର, ସନ୍ତୋଷ ନାୟକ, ମୁରଲୀ ସାହୁ, ଜୟଦେବ ସାହୁ ସୋମ୍ୟ ସାମଲ, ବୈକୁଣ୍ଠ ଦଳେଇ, ଦୟାନିଧି ରାଉତ, ସୁଶାନ୍ତ ନାୟକ,
ପ୍ରମ୍ମୁଖ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ