June 27, 2025

Utkal Sambad

ଗଣିଆରେ ଚାରିଦୋଳ ଯାତ୍ରା ପାଳିତ

ଗଣିଆ,-(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ହାଟପଦାରେ ମଙ୍ଗଳବାର ଦିନ ଧୂମୁଧାମରେ ଚାରିଦୋଳ ଯାତ୍ରା ପାଳିତ ହୋଇ ଯାଇଛି,ଏହି ଅବସରରେ ଠାକୁର କୁ ବଜାର ଓ ଗ୍ରାମ ପରିକ୍ରମା କରାଯାଇଥିଲା, ଗଣିଆ ଗାଁ ର ସ୍ଥାନାଧିପତି ଶ୍ରୀ ଶ୍ରୀ ଗୋପୀନାଥ ଦେବ ଙ୍କ ନିମନ୍ତ୍ରଣ କ୍ରମେ ସ୍ଥାନୀୟ ଶ୍ରୀ ଲିଙ୍ଗରାଜ ଦେବ, ଶ୍ରୀ ଶ୍ରୀ ରଘୁନାଥ ଦେବ ଓ ରାଉତପଡା ର ଶ୍ରୀ ଶ୍ରୀ ଭୋଲେଶ୍ଵର ମହାଦେବକୁ ସୁଶୋଜିତ ବିମାନ ରେ ମଙ୍ଗଳବାର ଦିନ ରାତ୍ରରେ ବିଭିନ୍ନ ପ୍ରକାର ଆକଷଣୀୟ ସାଜସଜା ରେ ରଙ୍ଗ ବେରଙ୍ଗ ରେ ପାଟୁଆଳ ରେ ଗଣିଆ ଗ୍ରାମ ପରିକ୍ରମା କରି ମେଲଣ ପଡିଆକୁ ନିଆ ଯାଇଥିଲା, ପରେ ପାରମ୍ପରିକ ରୀତି ନିତି ଅନୁସାରେ ଦୋଳ ବେଦୀ ଉପରେ ପୂଜାଚର୍ଣ କରାଯାଇଥିଲା, ଏହି ଅବସରରେ ସାନ୍ଧ୍ୟ ରେ କୁନି କୁନି କଳାକାର ଙ୍କ ଦ୍ଵାରା ସାଂସୃତିକ କାର୍ଯ୍ୟକ୍ରମ କରାଯାଇଥିଲା, ରାତ୍ରରେ ରାମ ନାଟକ ହେଉଥିଲା, ଏହି କାର୍ଯ୍ୟକ୍ରମ ରେ ଗଣିଆ ସରପଞ୍ଚ ଶ୍ରୀ ଗିରିଧାରୀ ସେଠି, ସମିତି ଫକୀର ମୋହନ ଡାକୁଆ, ଗଣିଆ ବ୍ଲକ ସରପଞ୍ଚ ସଂଘ ସଭାପତି ଶ୍ରୀ ମାନସ କୁମାର ମହାଖୁଡ଼, ସମେତ ଗଣିଆ ଗ୍ରାମପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଙ୍କ ସମେତ ଗଣିଆ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ,