ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ଧନୀ ନେତାଙ୍କ ମଧ୍ୟରେ ଜଣେ ଭାବେ ଗଣାଯାଆନ୍ତି। ଫୋର୍ବସ ଅନୁଯାୟୀ ଟ୍ରମ୍ପଙ୍କ ନେଟଓ୍ବର୍ଥ ହେଉଛି ୪.୫ ବିଲିୟନ ଡଲାର। ଏଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସଙ୍କୁ କଡ଼ା ପ୍ରତିଯୋଗିତା ଦେଉଥିବା ଟ୍ରମ୍ପ ଅନେକ ଉତ୍ସରୁ ଅନେକ ରୋଜଗାର କରୁଛନ୍ତି ବୋଲି କୁହାଯାଉଛି। ବାଇବେଲ ବିକ୍ରୟରୁ ଟ୍ରମ୍ପ ଏକ ବର୍ଷରେ ୩୦୦,୦୦୦ ଡଲାର (ପ୍ରାୟ ୨.୫ କୋଟି ଟଙ୍କା) ରୋଜଗାର କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଲେଟେଷ୍ଟ ଫାଇନାନସିୟାଲ ଡିସକ୍ଲୋଜରରୁ ଜଣାପଡିଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି କେବଳ ବାଇବେଲ ବିକ୍ରୟ କରି ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସେ ସିଙ୍ଗର ଲି ଗ୍ରୀନଉଡଙ୍କ ସହ ମିଶି ବାଇବେଲର ଏକ ବିଶେଷ ସଂସ୍କରଣ ‘ଗ୍ରୀନଉଡ ବାଇବେଲ’ ବିକ୍ରି କରୁଛନ୍ତି।
More Stories
ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫’ ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ
ମହାକୁମ୍ଭରେ ଜିଓର ୫ଜି ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଉନ୍ନତ ରହିଥିଲା: ଓକଲା ରିପୋର୍ଟ
ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ