March 16, 2026

Utkal Sambad

କୁକୁଟ ପାଳନ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ଚଳିତ 10 ତାରିଖରୁ 22 ତାରିଖ ମଧ୍ୟରେ ସହରାଞ୍ଚଳରେ ଥିବା ଗରିବ ଦିନ ମଜୁରିଆ ତଥା ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ରୀୟ କୁକୁଟ ବିକାଶ ସଂଗଠନ (ପୂର୍ବାଞ୍ଚଳ) “ଭାରତ ସରକାର” ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ଜଗବନ୍ଧୁ ଜରାଶ୍ରମ” ମିଳିତ ଆନୁକୁଲ୍ୟରେ 12 ଦିନିଆ କୁକୁଡ଼ା ପାଳନ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଆଜି ଉତ୍ତର ଭୁବନେଶ୍ଵର ନବୀନ ନଗର ବସ୍ତି ଠାରେ ଶତାଧିକ ପୁରୁଷ ମହିଳା ପ୍ରଶିକ୍ଷଣ ନେଇ ପ୍ରମାଣପତ୍ର ପାଇଛନ୍ତି। ଆଜି ପ୍ରଶିକ୍ଷିତଙ୍କୁ ସାର୍ଟିଫିକେଟ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀ ଭୁବନାନନ୍ଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଡ ସୁନୀତି ମୁଣ୍ଡ, କର୍ପୋରେଟର ସରୋଜିନୀ ସାହୁ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷିତମାନଙ୍କୁ ରୋଜଗାରକ୍ଷମ ହେବାକୁ ପ୍ରୋତ୍ସାହନ ଦେଇଥିଲେ ।ସ ହାୟକ ଆୟୁକ୍ତ ଡଃ ଇନ୍ଦିରା ନାୟକ ପ୍ରଶିକ୍ଷିତମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଜଗବନ୍ଧୁ ଜରାଶ୍ରମର ସଂପାଦକ ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।