ଗଣିଆ -(ମନୋରଞ୍ଜନ ମଳିକ )-ଗତକାଲି ଶନିବାର ରାତ୍ରୀ ସମୟରେ ହଠାତ୍ ଆସିଥିବା ଭୟଙ୍କର କାଳବୈଶାଖୀ ର ପ୍ରବଳ ବେଗରେ ମାଡିଆସିଥିଲା ପବନ ସାଙ୍ଗକୁ ବର୍ଷା । ଗଣିଆ ବ୍ଳକ ର ବିଭିନ୍ନ ଅଞ୍ଚଳରେ ଘରଦ୍ୱାର , ବୃକ୍ଷ ଲତା ସହ ଇଲେକ୍ଟ୍ରିପୋଲ ଭାଙ୍ଗି ବହୁତ କ୍ଷୟ କ୍ଷତି କରିଥିବା ବେଳେ ଗଣିଆ ବ୍ଲକ ଅନ୍ତର୍ଗତ ରାସଂଗ ଗ୍ରାମ ପଞ୍ଚାୟତ ଅଧୀନ ଓସ୍ତିଆ ଗ୍ରାମର ସ୍ୱର୍ଗତ ସୁବଳ ନାଏକଙ୍କ ପତ୍ନୀ ରମା ନାଏକ ବାସକରୁଥିବା ଗୃହ ଉପରେ ବର୍ଷା ପବନରେ ଏକ ବିରାଟକାୟ ଲିମ୍ବ ଗଛ ଭାଙ୍ଗିଯାଇ ଗୃହ ଉପରେ ପଡ଼ିଯାଇଥିବାରୁ ଘରଟି ଭାଙ୍ଗି ସମ୍ପୂର୍ଣ୍ଣ ଅସୁରକ୍ଷିତ ଭାବେ ଥିବାରୁ ରାତିସାରା ରମା ଜୀବନ ବିକଳରେ ଘରର ବାରଣ୍ଡାରେ ରହିଥିବା ଦେଖିବାକୁ ମିଳିଛି । ସକାଳ ପାଇବାରେ ଖବର ପାଇ ଗଣିଆ ଅଗ୍ନିଶମ ବିଭାଗ ଉକ୍ତ ଘର ନିକଟରେ ପହଞ୍ଚି ଗଛଟିକୁ କାଟ କୁଟି କରି ସଫା କରିଥିବା ଜଣାଯାଇଛି । ରମା ଜଣେ ଅତି ଗରିବ ନିସହାୟ ହରିଜନ ସଂପ୍ରଦାୟର ମହିଳା ହୋଇଥିବାରୁ ପ୍ରଶାସନ ତରଫରୁ କ୍ଷତିପୂରଣ ଓ କିଛି ଆର୍ଥିକ ସାହାଯ୍ୟ ଯୋଗାଇଦେବା ସହିତ ନୂତନ ଗୃହ ଖଣ୍ଡିଏ ନିର୍ମାଣ କରିବାକୁ ପ୍ରଶାସନ ସାହାଯ୍ୟର ହାତ ବଢ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ