June 27, 2025

Utkal Sambad

ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ

ଭୁବନେଶ୍ୱର : ପାତ୍ରପଡା ଆଦର୍ଶ ହୋମ ଠାରେ ଆଜି ଓଡିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ ହୋଇଯାଇଛି l ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ ରୋଗୀଙ୍କୁ କିଭଳି ଚିକିତ୍ସିତ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ l ଆଗାମୀ ଦିନରେ କିଭଳି ଭାବେ ଏହି ଆଦର୍ଶ ହୋମକୁ ସାରା ଭାରତ ବର୍ଷରେ ଲୋକା ଦୃତ କରାଯାଇପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି l ଏଠାରେ ମାନସିକ ରୋଗୀଙ୍କୁ ମେଡ଼ିସିନ ପ୍ରଦାନ ସହ ଥେରା ପ୍ରେଟିକ ଟ୍ରିଟମେଣ୍ଟ ଏବଂ କାଉନସେଲିଂ ଦିଆଯାଇଥାଏ l ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି l ଏହାସହ ଏଠାରେ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି l ସେହିଭଳି ଭାରତ ବର୍ଷର ସର୍ବ ପୁରାତନ ଆୟୁର୍ବେଦର ଶୈଳୀ ମାଧ୍ୟମରେ ଚିକିତ୍ସିତ କରାଯାଇଥାଏ l
ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅମ୍ରିତ ପଟ୍ଟଯୋଶୀ, ନ୍ୟୁରୋ ସାଇକ ଆର୍ଟିଷ୍ଟ, ସମ୍ମାନିତ ଅତିଥି ଅଭିନେତା ବାବୁ ସାନ, ନ୍ୟୁରୋ ସାଇକ ଆର୍ଟିଷ୍ଟ ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, ପ୍ରତିଷ୍ଠାତା ଗୁରୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ l