ଭୁବନେଶ୍ୱର: ମୌସୁମୀ ସକ୍ରିୟ ହୋଇଥିବା ବେଳେ ବାରମ୍ବାର ଲଘୁଚାପ ସୃଷ୍ଟି ହେଉଛି। ଗୋଟିଏର ପ୍ରଭାବ ସରିନି, ଆସିଲାଣି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ବୁଧବାର ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ନିକଟ ସମୁଦ୍ରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ଏହି ଜିଲାଗୁଡ଼ିକ ହେଲା ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ ଏବଂ ନବରଙ୍ଗପୁର। ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ