March 11, 2026

Utkal Sambad

ଆଳୁ ମିଶନ ଫେଲ୍

ଭୁବନେଶ୍ୱର: ପଶ୍ଚିମବଙ୍ଗ ସରକାରଙ୍କ ନାଲି ଆଖିକୁ ଦେଖି ୨୦୧୫ ମସିହାରେ ନବୀନ ପଟ୍ଟନାୟକ ସରକାର ଆରମ୍ଭ କରିଥିଲେ ତିନି ବର୍ଷିଆ ଆଳୁ ମିଶନ। ସେଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟକୁ ଅତିରିକ୍ତ ୫୦ କୋଟି ଟଙ୍କା ଦିଆଯାଇଥିଲା। ଲକ୍ଷ୍ୟ ଥିଲା, ରାଜ୍ୟରେ ମାତ୍ର ୧୫ ହଜାର ହେକ୍ଟର ଜମିରେ ହେଉଥିବା ଆଳୁ ଚାଷକୁ ବଢ଼ାଇ ୩ ବର୍ଷରେ ୬୦ ହଜାର ହେକ୍ଟରରେ ପହଞ୍ଚାଇବା। ଚାଷୀଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ଉତ୍ପାଦିତ ଆଳୁକୁ ନିକଟସ୍ଥ ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିବାର ବ୍ୟବସ୍ଥା କରାଯିବ। ସେଥିପାଇଁ ୧୧୨ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିବାର ଯୋଜନା କରାଯାଇଥିଲା।