ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଦର୍ଶ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇଛି, ଗଣିଆ ବ୍ଲକ ର 8ଗୋଟି ପଂଚାୟତ ର ପ୍ରାୟ 210ଜଣ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ, 217ଜଣ ପରୀକ୍ଷର୍ଥୀ ପୂର୍ବରୁ ଆବେଦନ କରିଥିବା ବେଳେ 7ଜଣ ଅନୁପସ୍ଥିତ ଥିଲେ, ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଉତରାୟ ପରୀକ୍ଷା କେନ୍ଦ୍ର ରେ ଉପସ୍ଥିତ ରହି ସୁଚାରୁ ରୂପେ ସମ୍ପାଦନ କରିଥିବା ବେଳେ କିଶୋର ଚନ୍ଦ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନିହାର ବାଳା ରାଉତ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ|

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ