ଗଣିଆ: (ମନୋରଞ୍ଜନ ମଳିକ): ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଆଡ଼କଟା ବନମାଳୀ ବାରିକି ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଏଡ଼ସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଶିବିର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା I ଏଡ଼ସ ବିଷୟରେ ମହାବିଦ୍ୟାଳୟରେ ପ୍ରତେକ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ସହ ଜନସାଧାରଣ ମାନଙ୍କୁ ବୁଝାଇବା ପାଇଁ ପରାମର୍ଶ ଦେଇଥିଲେ I ଯୁବ ରେଡ଼କ୍ରସର ସଂଯୋଜକ ଦ୍ରୁ୍ଯ୍ୟୋଧନ ପରିଡା ଏଡ଼ସ ବିଷୟରେ ବୁଝାଇ ଥିଲେ I ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ମହାବିଦ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ I
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ