June 26, 2025

Utkal Sambad

ଆଜିଓ ଏଚ୍ ଆଣ୍ଡ ଏମ୍ କୁ ସାମିଲ୍ କରିଛି ଏବଂ ଏହାର ଅନ୍ତର୍ଜାତୀୟ ପୋର୍ଟଫୋଲିଓକୁ ସୁଦୃଢ଼ କରୁଛି

ଭାରତରେ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ସମ୍ପ୍ରସାରଣଜାରି ରଖିଛି

ଆଜିଓର ଶକ୍ତିଶାଳୀ ଗ୍ରାହକ ଭିତିଭୂମି ସହିତ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ଉପସ୍ଥିତିକୁ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଫ୍ୟାସନ୍ ପାୱାରହାଉସ୍ ଗୁଡ଼ିକ ଏକତ୍ରିତ ହୋଇ ଯୁବ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି

ମୁମ୍ବାଇ: ଭାରତର ପ୍ରମୁଖ ଫ୍ୟାସନ୍ ଇଟେଲର୍ ଆଜିଓ ଆଜି ଏହାର ପ୍ଲାଟଫର୍ମରେ ଫ୍ୟାଶନ୍ ଏବଂ ଗୁଣବତା ପାଇଁ ଜଣାଶୁଣା ବ୍ରାଣ୍ଡ୍ ଏଚ୍ ଆଣ୍ଡ୍ ଏମ୍ କୁ ଶୁଭାରମ୍ଭ କରିଛି। ଏହି ଭାଗିଦାରୀର ଉଦ୍ଦେଶ୍ୟ ହେଉଛି ଆଜିଓ ମାଧ୍ୟମରେ ସୁଲଭ, ଉଚ୍ଚ ଗୁଣବତା ବିଶିଷ୍ଟ ଫ୍ୟାଶନକୁ ଉପଲବ୍ଧ କରାଇ ଏହାର ବର୍ତମାନର ଓମ୍ନି-ଚ୍ୟାନେଲ ଅଫରକୁ ପୂରଣ କରିବା, ଯାହା ଏହାର ମଜବୁତ ବ୍ରାଣ୍ଡ ପୋର୍ଟଫୋଲିଓରେ ଆଉ ଏକ ଶୀର୍ଷ ଅନ୍ତର୍ଜାତୀୟ ବ୍ରାଣ୍ଡକୁ ଅନ୍ତର୍ଭୁକ୍ତ କରିଛି।

ଏହି ସହଭାଗୀତା ଭାରତୀୟ ଫ୍ୟାସନ ଇରିଟେଲ ବଜାରରେ ନିଜର ଉପସ୍ଥିତିକୁ ଦୃଢ଼ କରିବା ପାଇଁ ଏଚ ଆଣ୍ଡ ଏମ ଏବଂ ଆଜିଓ ପାଇଁ ଏକ ଆକର୍ଷଣୀୟ ସୁଯୋଗ। ଆଜିଓ ଏହାର ଅନ୍ତର୍ଜାତୀୟ ବ୍ରାଣ୍ଡର ପୋର୍ଟଫୋଲିଓକୁ ସୁଦୃଢ଼ କରୁଥିବା ବେଳେ ଆଜିଓର ଡିଜିଟାଲ ପ୍ଲାଟଫର୍ମ ଏବଂ ବିସ୍ତୃତ ପହଂଚକୁ ଉପଯୋଗ କରି ଏହାର ପହଂଚ ଏବଂ ଅନଲାଇନ ବଜାର ଅଂଶକୁ ବିସ୍ତାର କରିବାକୁ ଏଚ ଆଣ୍ଡ ଏମ ଲକ୍ଷ୍ୟ ରଖିଛି।

ଏଚ ଆଣ୍ଡ ଏମ ଆଜିଓରେ ଏକ ପ୍ରଭାବଶାଳୀ ସଂଗ୍ରହ ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଓମେନୱେୟାର, ମେନୱେୟାର, କିଡ୍ସୱେୟାର ଏବଂ ହୋମ୍ ଡେକୋରରେ ୧୦,୦୦୦ ରୁ ଅଧିକ ଷ୍ଟାଇଲ୍ ରହିଛି। ୩୯୯ ଟଙ୍କାରୁ ଆରମ୍ଭ ହୋଇ ଅତୁଳନୀୟ ମୂଲ୍ୟ ସହିତ, ଏଚ ଆଣ୍ଡ ଏମ ଉଚ୍ଚ ଗୁଣବତାର ଫ୍ୟାସନକୁ ପୂର୍ବ ଅପେକ୍ଷା ଅଧିକ ଉପଲବ୍ଧ କରିଥାଏ।

ଆଜିଓର ସିଇଓ ବିନୀତ ନାୟାର କହିଛନ୍ତି ଯେ “ଗତ କିଛି ବର୍ଷ ମଧ୍ୟରେ ଆମେ ଆଜିଓକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ବ୍ରାଣ୍ଡ ଆଣିବା ପାଇଁ ଫ୍ୟାସନ ଦିଗକୁ ଆଗକୁ ବଢ଼ାଇଛୁ। ଆଜିଓରେ ଏଚ ଆଣ୍ଡ ଏମର ଶୁଭାରମ୍ଭ କେବଳ ପ୍ଲାଟଫର୍ମ ପ୍ରଦାନ କରୁଥିବା ଶୈଳୀର ବିବିଧ ଟେପେଷ୍ଟ୍ରିକୁ ସମୃଦ୍ଧ କରେ ନାହିଁ ବରଂ ଆମର ଗ୍ରାହକମାନଙ୍କୁ ଅତ୍ୟାଧୁନିକ ଗ୍ଲୋବାଲ ବ୍ରାଣ୍ଡ ଏବଂ ଟ୍ରେଣ୍ଡ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରତୀକ ମଧ୍ୟ ଅଟେ।”

ଏଚ୍ ଆଣ୍ଡ ଏମ୍ ର ବହୁ ପ୍ରତୀକ୍ଷିତ ଏଡବ୍ଲ୍ୟୁ ୨୦୨୪ ସଂଗ୍ରହ ମଧ୍ୟ ଆଜିଓରେ ପ୍ରଦର୍ଶିତ ହେବ, ଯେଉଁଥିରେ ଋତୁକାଳୀନ ପରିବର୍ତନ ଏବଂ ଉତ୍କୃଷ୍ଟ ଡିଜାଇନର ମିଶ୍ରଣ ପ୍ରଦର୍ଶିତ ହେବ। ଏହି ସଂକଳନରେ ଶରତ ଓ ଶୀତଋତୁର ସାରକୁ ସମୃଦ୍ଧ କରିବା ସହିତ ଅତ୍ୟାଧୁନିକ ସାମଗ୍ରୀ ଓ ସମ୍ଭାର ରଖାଯାଇଛି। ବିଳାସପୂର୍ଣ୍ଣ ନିଟ୍ ଠାରୁ ଆରମ୍ଭ କରି ପ୍ରସ୍ତୁତ ଲେଦର ଓ ଆକ୍ସେସରିଜ୍ ପର୍ଯ୍ୟନ୍ତ ଏହି ସଂକଳନରେ ଆଧୁନିକତାକୁ ପୁରୁଣା ଐଶ୍ୱର୍ଯ୍ୟ ସହିତ ମିଶାଇ ଉପଲବ୍ଧ ମୂଲ୍ୟରେ ବହୁମୁଖୀ ୱାଡରୋବ୍ ଷ୍ଟେପଲ୍ ପ୍ରଦାନ କରାଯାଇଛି।

ଏଚ୍ ଆଣ୍ଡ୍ ଏମ୍ ଇଣ୍ଡିଅ ର କଂଟ୍ରି ସେଲ୍ସ ମ୍ୟାନେଜର ୟାନିରା ରାମିରେଜ୍ କହିଛନ୍ତି, “ଏଚ୍ ଆଣ୍ଡ୍ ଏମ୍ ରେ ସମସ୍ତଙ୍କ ପାଇଁ ଫ୍ୟାସନ୍ କୁ ପରିପ୍ରକାଶ କରିବା ପାଇଁ ଆମର ପ୍ରତିବଦ୍ଧତା ହିଁ ଆମେ କରୁଥିବା ସବୁ କାମର କେନ୍ଦ୍ରବିନ୍ଦୁ। ଏହି ବିଶ୍ୱାସ ସହିତ, ଆମେ ଆଜିଓ ସହିତ ଏକ ରଣନୈତିକ ଭାଗିଦାରୀ ଆରମ୍ଭ କରିଛୁ ଯାହା ଉଚ୍ଚ ଗୁଣାତ୍ମକ ଫ୍ୟାସନକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଆମର ଲକ୍ଷ୍ୟକୁ ବଢ଼ାଇଥାଏ। ଆଜିଓର ସୁଦୃଢ଼ ଡିଜିଟାଲ ପ୍ଲାଟଫର୍ମ ଏବଂ ବିସ୍ତୃତ ପହଂଚକୁ ଉପଯୋଗ କରି, ଆମେ ଆମର ବିବିଧ ମାନର ଉଚ୍ଚ ଗୁଣବତା ଏବଂ ସୁଲଭ ପୋଷାକର ଉପଲବ୍ଧତାକୁ ସମଗ୍ର ଦେଶରେ ଅଧିକ ଗ୍ରାହକଙ୍କ ନିକଟରେ ବିସ୍ତାର କରୁଛୁ। ଏକ ବ୍ରାଣ୍ଡ ଭାବରେ, ଆମର ପ୍ରୟାସ ହେଉଛି କ୍ରମାଗତ ଭାବରେ ସମ୍ପ୍ରସାରଣ ଏବଂ ଅଭିନବତା ପାଇଁ ବାଟ ଖୋଜିବା ତେଣୁ, ଆମେ ଆମର ଗ୍ରାହକମାନଙ୍କ ପାଇଁ ଫ୍ୟାଶନ ଅଭିଜ୍ଞତା ବୃଦ୍ଧି କରିବା ନିମନ୍ତେ ଆମର ପ୍ରତିବଦ୍ଧତାରେ ଅଟଳ ରହିଛୁ।”

ଏଚ୍ ଆଣ୍ଡ୍ ଏମ୍ ଆଜିଓ ର ଆନ୍ତର୍ଜାତିକ ବ୍ରାଣ୍ଡ୍ ତାଲିକାରେ ସାମିଲ୍ ହୋଇ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାରର ହସ୍ତଗତ ଏବଂ କ୍ୟୁରେଟେଡ୍ ଫ୍ୟାସନ୍ ଷ୍ଟାଇଲ୍ ପ୍ରଦାନ କରୁଛି ବ୍ରାଣ୍ଡଗୁଡ଼ିକ ମିଳିତ ଭାବେ ପାରସ୍ପରିକ ସଫଳତା କୁ ପ୍ରୋତ୍ସାହିତ କରିବା ଏବଂ ଭାରତ ତଥା ଭାରତ ବାହାରେ ଫ୍ୟାସନର ଭବିଷ୍ୟତକୁ ଆକାର ଦେବାକୁ ପ୍ରସ୍ତୁତ ଅଛନ୍ତି।