March 18, 2026

Utkal Sambad

ଅବହେଳିତ ଗାନ୍ଧୀ ମୂର୍ତ୍ତି: ପ୍ରଶାସନର ନଜର ପଡିବ କେବେ?

ଗଣିଆ: (ମନୋରଞ୍ଜନ ମଳିକ ): ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ଗଣିଆ ଛକ ଉପରେ ଗାନ୍ଧୀ ମୂର୍ତ୍ତିଟି ଅବହେଳିତ ହୋଇ ପଡ଼ିରହିଛି I ଜାତିର ପିତା ମହାତ୍ମା ଗାନ୍ଧୀ ଯିଏକି ଅହିଁସା ବଳରେ ଦେଶକୁ ସ୍ୱାଧୀନ ଆଣି ପ୍ରତେକ ଭାରତୀୟ ହୃଦୟରେ ଅମର ରହିଛନ୍ତି, କିନ୍ତୁ ବଡ ଦୁଃଖର ବିଷୟ ଗଣିଆ ବଜ଼ାର ଉପରେ ଥିବା ଗାନ୍ଧୀ ମୂର୍ତ୍ତି ଆଜକୁ ଦୀର୍ଘ ଦିନ ହେଲା ଅବହେଳିତ, ଅସୁରକ୍ଷିତ, ଅବସ୍ଥାରେ ପଡ଼ିରହିଛି, କେବଳ ଜାନୁଆରୀ 26 ଓ ଅଗଷ୍ଟ 15ସହିତ ଗାନ୍ଧୀ ଜୟନ୍ତୀ ଆସିଲେ ଫୁଲ ମାଳ ଦେଇ ଫଟୋ ଉଠାଇବା ସରିଲା ପରେ ସମସ୍ତେ ଭୁଲି ଯାଉଛନ୍ତି I ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ମାନେ କେହି ଚେଷ୍ଟା କରୁନାହାନ୍ତି, ବର୍ଷସାରା ଏହି ମଣ୍ଡପ ରେ ପଥପ୍ରାନ୍ତ ନାଟକ ସହିତ ସଭା ସମିତି ହେଉଛି I ହେଲେ ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ପଡୁନାହିଁ I ଯାହା ଫଳରେ ମଣ୍ଡପ ଉପରେ ଗୋରୁ, ଗାଈ, ଛେଳି ମଳ ତ୍ୟାଗ କରିବା ସହିତ ମଣ୍ଡପ ନଷ୍ଟ ହେବଙ୍କୁ ବସିଲାଣି I ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଗାନ୍ଧୀ ମଣ୍ଡପ ଉର୍ନତି କରଣ ପାଇଁ ଅର୍ଥ ମଞ୍ଜୁରୀ ହୋଇ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ I ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବୀ କରିଛନ୍ତି I